Saturday, December 2, 2017

|| ଆସିବ ଶୁଭ୍ର ସକାଳ ||

ରାତ୍ରିର କଳା ଯବନିକା ପରେ
           ଆସିବ ଶୁଭ୍ର ସକାଳ ,
ଦୁଃଖ ଘୁଞ୍ଚିଯିବ ପ୍ରେମର ପରଶେ
          ହୁଅନା ମନ ଚଞ୍ଚଳ ।
ସୃଷ୍ଟିର ଏଇ ସୂକ୍ଷ୍ମ ସ୍ୱରୂପ
          ଯିଏ ଯେତିକି ବୁଝିଛି ,
ଅନନ୍ତ, ଆନନ୍ଦ, ଶାନ୍ତି  ସ୍ରୋତରେ
   ତା'ର ଜୀବନକୁ ପ୍ରକ୍ଷାଳିଛି ।
ଶୁଣ ଶୁଣ ବନ୍ଧୁ  ପ୍ରକୃତି ଆହ୍ୱାନ
      ଅପେକ୍ଷା କାହାକୁ ଆଉ ?
ଅଭିନୟ ଭାବି  କର୍ମ କରିଗଲେ
     ପୁନର୍ଜନ୍ମ ନ ଲଭିବ ଆଉ ।

No comments:

Post a Comment