Saturday, December 2, 2017

|| ଆସ ଧର୍ମ କରିବା ||

ଆସ ଧର୍ମ କରିବା...
ସବୁଦିନେ ପ୍ରିୟ ଆମିଷ ଖାଇ
କାର୍ତ୍ତିକ ମାସରେ ବାବାଜୀ ହେବା !
ଆମେ ପ୍ରାଣୀ ଶ୍ରେଷ୍ଠ ଅଟୁ ଜଗତେ
ବୁଦ୍ଧି ବିବେକରେ ସବୁଠୁ ଆଗେ
ସନାତନ ଧର୍ମ ଆମେ ପାଳିବା,
ଅହିଂସା ଛାଡ଼ି....
ନୀରିହ ଜୀବଙ୍କ ମୋକ୍ଷଦାତା ସାଜିବା !!
ଧନ୍ୟ ଧନ୍ୟ ଆମ ଜୀବନ ଧନ୍ୟ
ଜୀବନ ଯୁଦ୍ଧରେ ଆମେ
ସୈତାନ୍ ସୈନ୍ୟ....!
ରାଗ, ଦ୍ୱେଷ, ଈର୍ଷ୍ୟାମୋହରେ ପଡି
ହିଂସା ବିରୁଦ୍ଧରେ ଆମେ ଲଢ଼ିବା !
ଅସତ୍ୟ ମାର୍ଗେ......
ଛଦ୍ମବେଶୀ ସତ୍ୟାଶ୍ରୟୀ ସାଜିବା !

 କ୍ରମଶଃ............

No comments:

Post a Comment