Saturday, December 2, 2017

|| ଆସ ବାବା ବନିବା ||

ଆସ ବାବା ବନିବା...
ରାମରହିମ୍ ହେଉ ଅବା ସୁର, ସାରଥି
ନିତ୍ୟାନନ୍ଦ କୁଞ୍ଜେ ରାସ ରଚିବା ,
ଆସ ବାବା........।

ଦୁର୍ବଳ ଲୋକଙ୍କ ମନ କିଣିବା
ସ୍ମିତହାସ୍ୟ ହସି ଚିତା କାଟିବା,
କହିବା ବେଶୀ ଅଳପ ଭାବିବା
ବିଦେଶୀ ପ୍ରସାଧାନେ ମୁଖ ରଞ୍ଜିବା,
ପୋଥି ପୁରାଣକୁ କଣ୍ଠସ୍ଥ କରି...
ଜନତାଙ୍କୁ ଉଲ୍ଲୁ ବନାଉଥିବା ,
ଆସ ବାବା.......।
ଈଶ୍ୱରଙ୍କ ଅବତାର ବୋଲାଇ
ଆତ୍ମ ଘୋଷିତ ସଦଗୁରୁ ସାଜିବା
ଖୋଷାମତିଆଙ୍କୁ ଭକ୍ତ ବନାଇ,
ଜନତାଙ୍କ ଧନ,ମାନ ଲୁଟିବା ।
ବିଳାସବ୍ୟସନେ କାଳ କାଟିବା
କଳଙ୍କ ପୋଛିବା କଳାଧନ ଦେଇ
ନେତା, ମନ୍ତ୍ରୀଙ୍କର ଗୁରୁ ସାଜିବା..
ପ୍ରତିବାଦ ସ୍ୱର କାନେ ବାଜିଲେ
ମୋକ୍ଷକର୍ତ୍ତା ହୋଇ ନିର୍ବାଣ ଦେବା(!!)
ପିଢ଼ି ପରେ ପିଢ଼ି ଅର୍ଚ୍ଚନା ପାଇଁକି
ଧନ,ମାନ, ଜନ ନିତି ସଂଚିବା ।।

No comments:

Post a Comment