ରାତ୍ରିର କଳା ଯବନିକା ପରେ
ଆସିବ ଶୁଭ୍ର ସକାଳ ,
ଦୁଃଖ ଘୁଞ୍ଚିଯିବ ପ୍ରେମର ପରଶେ
ହୁଅନା ମନ ଚଞ୍ଚଳ ।
ସୃଷ୍ଟିର ଏଇ ସୂକ୍ଷ୍ମ ସ୍ୱରୂପ
ଯିଏ ଯେତିକି ବୁଝିଛି ,
ଅନନ୍ତ, ଆନନ୍ଦ, ଶାନ୍ତି ସ୍ରୋତରେ
ତା'ର ଜୀବନକୁ ପ୍ରକ୍ଷାଳିଛି ।
ଶୁଣ ଶୁଣ ବନ୍ଧୁ ପ୍ରକୃତି ଆହ୍ୱାନ
ଅପେକ୍ଷା କାହାକୁ ଆଉ ?
ଅଭିନୟ ଭାବି କର୍ମ କରିଗଲେ
ପୁନର୍ଜନ୍ମ ନ ଲଭିବ ଆଉ ।
ଆସିବ ଶୁଭ୍ର ସକାଳ ,
ଦୁଃଖ ଘୁଞ୍ଚିଯିବ ପ୍ରେମର ପରଶେ
ହୁଅନା ମନ ଚଞ୍ଚଳ ।
ସୃଷ୍ଟିର ଏଇ ସୂକ୍ଷ୍ମ ସ୍ୱରୂପ
ଯିଏ ଯେତିକି ବୁଝିଛି ,
ଅନନ୍ତ, ଆନନ୍ଦ, ଶାନ୍ତି ସ୍ରୋତରେ
ତା'ର ଜୀବନକୁ ପ୍ରକ୍ଷାଳିଛି ।
ଶୁଣ ଶୁଣ ବନ୍ଧୁ ପ୍ରକୃତି ଆହ୍ୱାନ
ଅପେକ୍ଷା କାହାକୁ ଆଉ ?
ଅଭିନୟ ଭାବି କର୍ମ କରିଗଲେ
ପୁନର୍ଜନ୍ମ ନ ଲଭିବ ଆଉ ।