Saturday, December 2, 2017

|| ଆସ ଶିକ୍ଷକ ହେବା ||

ଆସ ଶିକ୍ଷକ ହେବା....
ମେରୁଦଣ୍ଡ ସାଜି ଜନ୍ମଭୂମିର
ଭବିଷ୍ୟତ ଭସ୍ମାସୁର ଗଢ଼ିବା (!)
ଆସ........।

ସରକାରୀ ଅବା ବେସରକାରୀ
ସବୁଠାରେ ହୁଏ ପୂଜା ଆମରି,
ତିନି ଦେବତାଙ୍କ ଜୀବନ୍ତ ସ୍ବରୂପ 
ଜ୍ଞାନ ଅଂହକାରେ ଜାଳିବା ପ୍ରଦୀପ
କାହାକୁ କାହିଁକି ଆମେ ଡରିବା ??
ଆସ.....।।
ଶ୍ରେଣୀଗୃହ ଆମ ବିଶ୍ରାମାଳୟ
ଛାତ୍ର ଛାତ୍ରୀ ସତେ ସଖା, ଆତ୍ମୀୟ
ଯେମିତି ସେମିତି ବିଷୟ ସାରି
Tuition ହେବାକୁ ବାଧ୍ୟ କରିବା,
ମୋଟା ଅର୍ଥ ନେଇ ବିଦ୍ୟା ବିକିବା ।
ଆସ.......।।
ଛାତ୍ରଛାତ୍ରୀମାନେ କୋମଳ ମତି
ଏ କଥାଟି ଆମେ ନିଶ୍ଚେ ଭୁଲିବା
ସାମାନ୍ୟ ଭୁଲ୍ ରେ କର୍କଶ ବାଣୀରେ
କୋମଳ ହୃଦୟେ ଆଘାତ ଦେବା,
ପ୍ରତିବାଦ କଲେ ......!!
T.C ନେବା ପାଇଁ ଧମକ ଦେବା..
ଆସ ଶିକ୍ଷକ ହେବା......।।

No comments:

Post a Comment