Saturday, December 2, 2017

|| ଭଲ ହେଲା ||

ବଢନ୍ତା ନଇରେ.....
ବାଇଆ ଚଢେଇର ବସାକୁ ଆଶ୍ରାକରି
ଭାବିଥିଲି ପାରିହେବି ...!!!
ଭଲ ହେଲା....,
ମୋ ଭାବନା ଭାବନାରେ ରହୁ ରହୁ
ସମୟ ଜୁଆର ତାକୁ ଠେଲିନେଲା
ଦୂରକୁ... ବହୁତ ଦୂରକୁ
ପୁଣି ସେହି ଏକା ଏକା....
ସେଇ ଗଣିତ, ଇଁରାଜୀ ବିଜ୍ଞାନ
ରାଶି ରାଶି ଖାତା ବହି...
ସମସ୍ତଙ୍କ ତାତ୍ସଲ୍ୟ... ବିଦ୍ରୁପ ଆକ୍ଷେପ
"ତୁମେ ଆମକୁ କଣ ଛାଡ଼ିପାରିବ"??
ଭଲ ହେଲା....
ଛାଡିପାରିଲିନି ...
କଣ ହେଲା ସେଇଠୁ ?
ମୁଁ ଜାଣିଛି....
ତୁମେମାନେ ସ୍ୱାର୍ଥପର  (!)
ଠିକ୍ ଆମରିମାନଙ୍କ ପରି,
ଠକି ଦେଇଯାଅ...
ଜରାଗ୍ରସ୍ତ ଭଗ୍ନ ଶରୀରରେ
ଭଲ ହେଲା....
ଜୀବନର ଗ୍ରନ୍ଥିସବୁ
ଆପେ ଆପେ ଯାଉଛନ୍ତି ଖୋଲି
ପ୍ରଶ୍ନମାନେ ଛାଏଁ ଛାଏଁ
ପାଉଛନ୍ତି ସମାଧାନ ପଥ
ଏବେ ମୁଁ ଖାଲି ଏକ
ସ୍ମୃତି ' ଜାହାଜ...…....
ସ୍ମୃତି ଭାରେ ଡୁବିଯିବି ଯେବେ
ଜୀବନ ସାଗରେ....
ପ୍ରାଣପକ୍ଷୀ ଉଡିଯିବ ନୀଳ ଆକାଶରେ....
ଚୁମ୍ବୀବାକୁ ..ଭସା ବାଦଲକୁ

No comments:

Post a Comment