Saturday, December 2, 2017

|| ମଉଳା ମନ ||

ମଉଳା ମନ
ସାଉଁଟା ସପନ,
ଜୋର୍ କରି ଲଦି ହୋଇଯାଏ  
ସତେ ଯେମିତି....!
ପରିଣତ ବୟସରେ ମାତୃତ୍ୱର 
ସମ୍ଭାବ୍ୟ ଯନ୍ତ୍ରଣା ....!
ସହିବା ନିହାତି  ଆବଶ୍ୟକ,
ନଚେତ୍.........
ନୀୟତିର ବିପରୀତ ବି ଘଟିପାରେ....
ତୃଷ୍ଣା କଣ ମେଣ୍ଟି ଯାଏ ????
ଅବଶୋଷ ଭାଗ୍ୟଲିପି
ଲକ୍ଷ୍ମଣରେଖା ?????
ଡେଇଁବାକୁ  ମନା.....
କଣ କରିବା ??
ଫୁଲ କିଣିବା.. ନା.. ନିଆଁ ?
ହାଟ  କିନ୍ତୁ ସରିବା ଉପରେ
ଶୀଘ୍ର ଶୀଘ୍ର ପାଦ ପକା... ନାଇଁତ
ଅଦିନିଆ ବର୍ଷା​ରେ ତିନ୍ତିବାକୁ ହେବ
ଭିଜିବାକୁହେବ...ଥଣ୍ଡାଆସରରେ ।
ମରିଯାଉ ମନ...
ଏଠି କିନ୍ତୁ ସରୁନି ଜୀବନ,
କିଏ ବା ଭଲପାଏ ତୁମକୁ ??
ଜିତିବାର ଦାମ୍ଭିକତାକୁ ???
ଆସ.......
ସମଗ୍ର ସତ୍ତାକୁ ପ୍ରଚ୍ଛନ କରିଥିବା
ଅବ୍ୟକ୍ତ ଚିନ୍ତାକୁ ,
ଭବିଷ୍ୟତର ସ୍ୱପ୍ନ କରିନେବା ।

No comments:

Post a Comment