Thursday, November 30, 2017

|| ଆଲୋକର ପର୍ବ? ||

ଆଲୋକର ପର୍ବ  ?
ନା.... ନା... ଶବ୍ଦର ପର୍ବ ??
ନା.. ନା.. ପୁଣି ଭୁଲ୍ ହେଲା,
ପ୍ରଦୂଷଣ ' ପର୍ବ  (!!)
ଏକା ସାଙ୍ଗରେ ସବୁ ...
ବାୟୁ.. ଶବ୍ଦ.. ଆଲୋକ
ସଂକଳ୍ପ ବଦଳୁଛି
ତା ସହିତ ପ୍ରଥା , ପରମ୍ପରା ବି
ଦୀପ ବଦଳରେ
ବିକଳ୍ପ ମାନଙ୍କର ବିଳାପ 
ମନ୍ତ୍ରଧ୍ୱନୀ, ଶଙ୍ଖର ଗମ୍ଭୀର ସ୍ୱର
ବିଲୁପ୍ତି ପଥରେ....!
ଆତସବାଜି' ଅଘୋଷିତ       ଅଟ୍ଟହାସ୍ୟ ....
ନିର୍ଣ୍ଣାୟକ ସମରସଜ୍ଜା (??)
ପଶୁପକ୍ଷୀଙ୍କ ସହିତ
ନିର୍ଭଶୀଳ ମଣିଷସଂଖ୍ୟା ବିରୁଦ୍ଧରେ ......
ତଥାପି ତାସ୍ଛଲ୍ୟଭରା ଆହ୍ୱାନ
ବଡ଼ବଡ଼ିଆ ହୋ ....
ସେଇଠି ଦେଖ ,(ପଦାର୍ପଣ ଅନାବଶ୍ୟକ)
ତୁମ ପରିତ୍ୟକ୍ତ ଦୁନିଆଁରେ
ଅନ୍ଧାର ନାହିଁ...(!)
କେବଳ ଆଲୋକ ହିଁ ଆଲୋକ
ବିରାମ ବିହୀନ ବିଡ଼ମ୍ବିତ ଜୀବନ
ଜାଳୁଛି ଏଠି ଅଂହ' ପ୍ରଦୀପ
ଅପେକ୍ଷା........?
ନିଃଶେଷ ହେବାକୁ ଯୁଇର ଜ୍ଵାଳାରେ......!!!

No comments:

Post a Comment