Thursday, November 30, 2017

|| ଟିକି ଟିକି ପାଦ ||

--
ଟିକି ଟିକି ପାଦ...
ଟିକି ଟିକି ହାତ ,
ପଦ୍ମପାଖୁଡ଼ା ପରି କୋମଳ ଓଠର ଧାରେ ଧାରେ
ଆହତ କଣ୍ଠର କୁଆଁ କୁଆଁ ରାବ
ମୁଦ୍ରିତ ନୟନେ ଦିଏ ସେ ଆହ୍ୱାନ
ଭେଟି ଦେଇ ଭେଟିବାକୁ
ଉତ୍ତରଦାୟାଦ .....
ପରଦା ସେପାଖେ 


--
ଗୋଧୂଳି ଲଗନର ଧୂସରିତ ଆବରଣ ତଳେ
ନୈସର୍ଗିକ ଆନ୍ତରିକତାର ସୁନେଲି ପରଦା
କରେ ଉନ୍ମୋଚିତ.....
ଜୀବନର ଅଭୂଲା ପର୍ଯ୍ୟାୟ,
ସତ୍ୟ ଶିବ ସୁନ୍ଦରରେ ଭରା
ଅବିଶ୍ୱସନୀୟ ସତ୍ତା ...
ସୂକ୍ଷ୍ମ ଚେତନାରେ  ପଡେ଼ ଯେବେ ଧରା
            --

ପରଦା ସେପାଖେ
ମାଦକଭରା ଜହ୍ନରାତି ,
ଆଉ..........
ଯୌବନର ଉଦ୍ଦାମ ଲହରୀ
ଘନୀଭୂତ ମଳୟର ସ୍ପଷ୍ଟ ଆମନ୍ତ୍ରଣ,
ଉଜ୍ଜୀବିତ କରେ ଆଦିମ ପିପାସା
ସମ୍ଭାବନା ସୃଷ୍ଟି କରେ
ଶୂନ୍ୟ ପ୍ରାଚୀ ତୁଠେ 
             --

ଗଡିଗଡି ଚାଲେ ସମୟର ଚକ
କେବେ ସେ ମନ୍ଥର...
କେବେ ପୁଣି କ୍ଷୀପ୍ର,
ଅଂହତ୍ୱର ଡିଣ୍ଡିମ ପିଟୁପିଟୁ
କେତେବେଳେ ଛାଇ ଯାଏ ...
ଆଖିର ପରଦା (!)
ପ୍ରତିଧ୍ୱନୀ ହୁଏ ଗୁଞ୍ଜରିତ..
ସରିଗଲା ସରିଗଲା ହାଟ !
ପରଦା ସେପାଖେ
ମିଞ୍ଜିମିଞ୍ଜି ଜଳୁଥାଏ କୁନି ଦୀପଟିଏ,
ନୂଆ ସକାଳର ଆଶା ଭରସାରେ

No comments:

Post a Comment