Wednesday, November 29, 2017

|| ଉତ୍ତର ନାହିଁ ତା'ର ||


ଏମିତି ଅଛି ସ୍ୱପ୍ନ କେତେ
           ଶେଷ ତ ନାହିଁ ଯା'ର ,
ଏମିତି ଅଛି ପ୍ରଶ୍ନ କେତେ
           ଉତ୍ତର ନାହିଁ ତା'ର ।
ଏମିତି କେତେ ଅଭୂଲା ସ୍ମୃତି
           ମନୁ ଲିଭଇ  ନାହିଁ ,
ଦୁଃଖ-ସୁଖର ନଈ ପଠାରେ
           ଥାଏ ଜୀବନ୍ତ ହୋଇ ।
ନାଆଁ ନ ଥିବା ସେ ନଈ ପାଇଁ 
           ନିଘା ବା ଅଛି କା'ର...
               ଉତ୍ତର ନାହିଁ ତା'ର  ।।
ଏମିତି କେତେ ଭଲପାଇବା
            ଆତ୍ମୀୟତା ନେଇ ,
ଚାଲେ ମଣିଷ ମାୟା ସଂସାରେ
           ପର ଆପଣା ଦେଇ ।
ଏଠି କିଏ ବା ପର ସ୍ବାର୍ଥମନା
          କିଏ ଆପଣା କା'ର  ....
            ଉତ୍ତର ନାହିଁ ତା'ର  ।।
ଅସମାହିତ ପ୍ରଶ୍ନ କେତେ
             ଖୋଜେ ଉତ୍ତର ଆଜି,
ସାଧକ ତୁମେ ସାଧନା କର
             ଯାଆନା କେବେ ଭାଜି
ବେଦନା ତୁମ ବୁଝିବା ପାଇଁଁ
         (ଏଠି) ହୃଦୟ ଅଛି କା'ର...
          ଉତ୍ତର ନାହିଁ ତା'ର ।।

No comments:

Post a Comment